ପାଣିରେ ଖେଳିଲେ ଜଙ୍ଗଲୀ ହାତୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚନ୍ଦକା-ଡମପଡା ଅଭୟାରଣ୍ୟର ଭରତପୁର ନିକଟରେ ଦୁଇ ଜଙ୍ଗଲି ହାତୀ ଜଳକ୍ରୀଡା କରୁଥିଲେ । ଜଙ୍ଗଲୀ ହାତୀଙ୍କ ଜଳକ୍ରିଡା ଦେଖିବାକୁ ରାସ୍ତାରେ ଶହଶହ ଲୋକେ ରୁଣ୍ଡ ହୋଇ ଏହାକଉ ଉପଭୋଗ କରିଥିଲେ । ବେଶ କିଛି ସମୟ ଜଳକ୍ରୀଡା ପରେ ହାତୀ ଦୁଇଟି ଜଙ୍ଗଲକୁ ଭିତରକୁ ପଳାଇଯାଇଥିଲେ । ସୋମବାର ପୂର୍ବାହ୍ଣରେ ଚନ୍ଦକା ଜଙ୍ଗଲରୁ ଦୁଇଟି ହାତୀ ଭରତପୁର ରାସ୍ତା ନିକଟକୁ ଆସିଥିଲେ । ରାସ୍ତାପାଶ୍ୱର୍ ଜଙ୍ଗଲରେ ଥିବା ଜଳାଶୟରେ ସେମାନେ ବେଶ କିଛି ସମୟ ପର୍ୟ୍ୟନ୍ତ ସେଟାରେ ଜଳକ୍ରୀଡା କରିଥିଲେ । ଜଙ୍ଗଲୀ ହାତୀକୁ ନିକଟରୁ ଦେଖିବାକୁ ରାସ୍ତାରେ ଯାଉଥିବା ଲୋକେ ଅଟକି ରହିଥିଲେ । ରାସ୍ତା କଡରେ ଶହଶହ ଲୋକେ ରୁଣ୍ଡ ହୋଇ ହାତୀଙ୍କ ଜଳକ୍ରିଡାକୁ ବେଶ ମନୋଭରି ଉପଭୋଗ କରିଥିଲେ । ପ୍ରାୟ ଦୁଇଘଣ୍ଟାରୁ ଅଧିକ ସମୟ ଧରି ହାତୀ ଜଳକ୍ରୀଡା କରିବା ପରେ ପୁଣି ଜଙ୍ଗଲ ଭିତରକୁ ପଳାଇଯାଇଥିଲେ । ତେବେ ହାତୀ ସହର ଉପକଣ୍ଠରେ ଜଳକ୍ରୀଡା କରିବା କିଛି ନୂଆକଥା ନୁହେଁ । ଅନେକ ସମୟରେ ହାତୀ ଭରତପୁର ରାସ୍ତାରେ ଜଳକ୍ରୀଡା କରିଥାନ୍ତି । ତେବେ ସୁରକ୍ଷା ଦୃଷ୍ଟିରୁ ଏହି ସମୟରେ ବନ କର୍ମଚାରୀମାନେ ହାତୀଙ୍କ ଉପରେ ନଜର ରଖିଥାନ୍ତି ।