ପାଟଣା ଅଞ୍ଚଳରେ ମାତିଛି ଦନ୍ତାହାତୀ, ଭାଙ୍ଗିଦେଲା ୫ ଘର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳକୁ ଗୁରୁବାର ଏକ ଦନ୍ତା ହାତୀ ପଶି ଆସି ଆତଙ୍କ ସୃଷ୍ଟି କରିଛି। ଫଳରେ ଅଞ୍ଚଳବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ପାଟଣା ରେଞ୍ଜର ବଡ଼ବିଲଜମୁନାଳିଆ, ତାଳସରୁଆହଲଦୀବଟା, ନୂଆଗାଁ’ ଦୁବେଇପେଣ୍ଠ ଆଦି ଗ୍ରାମରେ ଉକ୍ତ ହାତୀଟି ପଶି ୫ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ନଷ୍ଟ କରିଛି। ସେହିପରି ଗ୍ରାମବାସୀମାନେ ଚାଷ କରିଥିବା ପନିପରିବାକୁ ମଧ୍ୟ ହାତୀ ଦଳି ଚକଟି ଦେଇଛି।

ବର୍ତ୍ତମାନ ହାତୀ ଗ୍ରାମରେ ପଶି ଭଙ୍ଗାରୁଜା କରୁଥିବାରୁ ଲୋକମାନେ ଭୟଭୀତ ଅଛନ୍ତି। ଏ ନେଇ ସ୍ଥାନୀୟ ଗ୍ରାମବାସୀମାନେ ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବା ସହିତ ହାତୀ ଘଉଡ଼ାଇବାପାଇଁ ଲୋକେ ଦାବି କରିଛନ୍ତି।