ମହାନଦୀରେ ଫସିଛନ୍ତି ହାତୀପଲ

କଟକ,ଏନ୍ଏନ୍ଏସ୍: ମହାନଦୀ ମଝିରେ ୧୧ଟି ହାତୀ ଫସି ରହିଥିବା ଜଣାଯାଇଛି। କଟକଭାଗୀପରୁ ମହାନଦୀ ପାର ହୋଇ ଆସୁଥିବା ବେଳେ ନଦୀରେ ସୁଅ ପ୍ରଖର ହେବାରୁ ହାତୀମାନେ ପାଣି ମଝିରେ ଥିବା ଏକ ପଠାରେ ଫଶି ରହିଛନ୍ତି। ସେମାନେ ମହାନଦୀ ପାରହୋଇ ସୁକାଶନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଆସୁଥିଲେ। ଏହି ସମୟରେ ହଠାତ ନଦୀର ସୁଅ ପ୍ରଖର ହେବାରୁ ହାତୀ ପଲଟି ମହାନଦୀର ମଝିରେ ଫଶି ରହିଛନ୍ତି। ତେବେ ହାତୀ ପଲକୁ ଉଦ୍ଧାର  କରିବା ପାଇଁ ଘଟଣାସ୍ଥଳରେ ବନବିଭାଗର ଅଧିକାରୀ ପହଞ୍ଚି କିପରି ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିବ ସେ  ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି।