ଗଞ୍ଜାମ,ଏନ୍ଏନ୍ଏସ୍: ଗଞ୍ଜାମ ସେରଗଡ଼ ଅଲରିଗଡ଼ସ୍ଥିତ ପାହାଡିଆ ଜମିରେ ଥିବା ଏକ ଗର୍ତ୍ତରେ ଏକ ହାତୀ ପଡ଼ିଯାଇଛି। ଗାଁର ଜଙ୍ଗଲ ପାହାଡ ନିକଟରେ ଥିବା ଜମି ନିକଟକୁ ଗତକାଲି ସନ୍ଧ୍ୟାରେ ଖାଦ୍ୟ ସନ୍ଧାନରେ ହାତୀ ପଲ ଆସିଥିଲେ। ସେଠାରୁ ଫସଲ ଖାଇସାରି ଫେରିବା ସମୟରେ ସେଠାରେ ଏକ ହାତୀ ଗାତରେ ପଡ଼ିଯାଇଥିଲା। ଆଜି ସକାଳୁ ଗ୍ରାମବାସୀମାନେ ଜମିକୁ ଯାଇଥିବା ବେଳେ ଗାତରେ ଏକ ହାତୀ ପଡ଼ି ଚିତ୍କାର କରୁଥିବା ଜାଣିବାକୁ ପାଇଥିଲେ। ଏ ନେଇ ଗ୍ରାମବାସୀ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ।
ପରେ ବନବିଭାଗ ଓ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ହାତୀଟିକୁ ଗାତରୁ ବାହାର କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଜେସିବି ଦ୍ୱାରା ହାତୀ ବାହାର କରାଯାଉଥିବା ବେଳେ ଏ ନେଇ ଘଟଣାସ୍ଥଳରେ ସାଧାରଣ ଲୋକଙ୍କ ଭିଡ଼ ଦେଖାଯାଇଛି।