ହାତୀକୁ ମାରୁଛି ‘ହର୍ପିସ୍’

ନନ୍ଦନକାନନରେ ୩ଟି ହାତୀର ମୃତ୍ୟୁ ପରେ କୂଆମଡା ଜଙ୍ଗଲରେ ପୁଣି ଏକ ମାଈ ହାତୀର ମୃତ୍ୟୁ ହୋଇଥିଲା। ଏବେ ଏହାର କାରଣ ଜଣାପଡିଛି। ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ‘ହର୍ପିସ’ ଭୂତାଣୁ ସଂକ୍ରମଣ କରିବା ଯୋଗୁଁ ମୃତ୍ୟୁ ହୋଇଥିବା ପ୍ରମାଣ ମିଳିଛି। ଏ ନେଇ ଓୟୁଏଟିର ଭେଟେନାରୀ ପାଥୋଲୋଜି ମୁଖ୍ୟ ସୁସେନ ପଣ୍ଡା ମଂଗଳବାର ସୂଚନା ଦେଇଛନ୍ତି।
ପ୍ରକାଶ ଥାଉକି, ନନ୍ଦନକାନନରେ ଗତ ୩ଟି ହାତୀର ମୃତ୍ୟୁର କାରଣ ହର୍ପିସର ସଂକ୍ରମଣ ବୋଲି ଜଣାପଡିଥିଲା। ପୁଣି ବାଙ୍ଗୀ ବାଆଁରା କୂଆମଡା ଜଙ୍ଗଲରେ ସୋମବାର ଆଉ ଏକ ମାଈ ହାତୀର ମୃତ୍ୟୁ ହୋଇଥିଲା। ମୃତ ହାତୀ ବହୁ ଦିନ ଧରି ଅସୁସ୍ଥ ହୋଇପଡିଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା। ତେବେ ଗଜରାଜଙ୍କ ସୁରକ୍ଷାକୁ ନେଇ ଏବେ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।