ଟ୍ରକ୍‌ ଧକ୍କାରେ ହାତୀ ମୃତ, ଡ୍ରାଇଭର ଫେରାର

ଢ଼େଙ୍କାନାଳ,ଏନ୍ଏନ୍ଏସ୍ଢ଼େଙ୍କାନାଳ ଜିଲ୍ଲା ଏନ୍ଏଚ୍– ୫୫ ସଦର ସ୍ଥିତଜୀବନଖୋଲ ନିକଟରେ ଟ୍ରକ୍‌ ଧକ୍କାରେ ଗୋଟେ ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଥିରେ ହାତୀ ଉପରେ ଟ୍ରକରଆଗଚକାଟି ମାଡ଼ି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ହାତୀର ମୃତ ଦେହ ଟ୍ରକ ତଳେ ଫଶି ରହିଛି। ସେହିପରି ଅନ୍ୟଏକ ହାତୀ ଏଥିରେ ଆହତ ହୋଇ ଜଙ୍ଗଲ ଭିତରକୁ ପଳାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗୁରୁବାର ଦୁଇଟି ହାତୀ ଶୌଚ ସାରି ଫେରୁଥିବା ବେଳେ ଭୋରରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଏହି ସମୟରେ ଗୋଟେ ହାତୀ ଉପରେ ଟ୍ରକର ଆଗ ଚକାଚଢ଼ିଯାଇଥିବା ବେଳେ ଅନ୍ୟ ହାତୀଟି ଆହତ ହୋଇଥିଲା। ତେବେ ଆହତ ହାତୀଟି ସେଠାରୁ ଜଙ୍ଗଲକୁ ପଳାଇଥିବା ବେଳେ ମୃତ ହାତୀଟି ଟ୍ରକ ତଳେ ଫଶି ରହିଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସେହିପରି ମୃତ ହାତୀର ଦାନ୍ତଟି ଦୁର୍ଘଟଣାସ୍ଥଳରୁ କିଛିଦୂରରେ ଛିଟିକି ପଡ଼ିଥିବା ଜଣାପଡ଼ିଛି।

ଘଟଣାପରେ ଖବର ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ସହ ଡ୍ରୋଜର ସାହାର୍ଯ୍ୟରେ ଟ୍ରକକୁ ଉଠାଯାଇ ହାତୀର ମୃତ ଦେହକୁ ଉଦ୍ଧାର କରାଯିବ ବୋଲି ଜଣାପଡ଼ିଛି। ତେବେ ଉକ୍ତ  ରାସ୍ତାରେ ହାତୀ ଯାତାୟାତର ଫଳକ ଲାଗିଥିଲେ ହେଁ ସେଠାରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି। ଏଥିପ୍ରତି କାହିଁକି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ସେ ନେଇ ସାଧାରଣରେ ପ୍ରଶ୍ନ ହେଉଛି।