ରାତି ପାହିଲେ ନବୋଦୟ ପରୀକ୍ଷା : ଦନ୍ତା ପାଦତଳେ ଚାଲିଗଲା ସସ୍ମିତାର ଜୀବନ

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଗୋଠ ଛଡା ଦନ୍ତାର ଉତ୍ପାତ ଜାରି ରହିଛି ହରିହରପୁର ଗାଁରେ । ଜଣେ ୬ ବର୍ଷର ଶିଶୁ କନ୍ୟାକୁ ଦଳି ମରିଦେଇଛି ଦନ୍ତା। ଶୁକ୍ରବାର ସନ୍ଧ୍ୟାରେ ଶୈଳେନ୍ଦ୍ରୀ ମହାନ୍ତଙ୍କ ୬ ବର୍ଷର ଝିଅ ସସ୍ମିତା ମହାନ୍ତକୁ କଚାଡି ମାରିଦେଇଛି । ସସ୍ମିତା ଶନିବାର ନବଦୋୟ ପରୀକ୍ଷା ଦେଇଥାନ୍ତେ । କିଛି ଦିନ ତଳେ ବାପା ବଜ୍ରାଘାତରେ ମୃତ୍ୟୁ ବରଣ କରିଥିଲେ। ଗୁରୁବାର ବିଳମ୍ବିତ ରାତିରେ ପାଟଣା ରେଞ୍ଜ ଅଞ୍ଚଳରେ ୫ ରୁ ଉର୍ଦ୍ଧ୍ବ ଘର ଭାଙ୍ଗିଥିବା ବେଳେ ଆଜି ସନ୍ଧ୍ୟାରେ ଗାଁରେ ପଶି ଜଣେ ଶିଶୁକୁ ମାରିଦେଇଥିବାରୁ ଗାଁରେ ଉତ୍ତେଜନା ଦେଖାଦେଇଛି। ବନ ବିଭାଗ ହାତୀ ଘଉଡାଇବାରେ ବିଫଳ ଯୋଗୁଁ ଏ ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।