ନୂଆଦିଲ୍ଲୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଗାନ୍ଧୀ ଜୟନ୍ତୀ ଅବସରରେ ଗୋବରରୁ ବିଜୁଳି ଉତ୍ପାଦନ ପରିଯୋଜନାର ଭର୍ଚ୍ଚୁଆଲ ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବଘେଲ କହିଛନ୍ତି ଯେ, ଛତିଶଗଡ଼ ସରକାର ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସୁରାଜର ପରିକଳ୍ପନାକୁ ସାକାର କରିବାକୁ ଯାଇ ଗାଁକୁ ସ୍ୱାବାଲମ୍ବୀ କରିବାରେ ଲାଗିଛନ୍ତି। ଏବେ ଛତିଶଗଡ଼ର ଗାଁ ଗୋବରରୁ ବିଦ୍ୟୁତ ଉତ୍ପାଦନ ମାମଲାରେ ସ୍ୱାବାଲମ୍ବୀ ହେବ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ସମୟ ଥିଲା ଯେତେବେଳେ ସରକାର ଓ ଉଦ୍ୟୋଗପତି ମିଶି ବିଦ୍ୟୁତ ଉତ୍ପାଦନ କରୁଥିଲେ। ଏବେ ଆମ ରାଜ୍ୟରେ ଗ୍ରାମବାସୀ ବିଜୁଳି ଉତ୍ପାଦନ କରିବେ ଏବଂ ଏହାକୁ ବିକ୍ରି କରିବେ। ଗୋବର କିଣିବାକୁ ପରିହାସ କରୁଥିବା ଲୋକ ଏବେ ଏହାର ମହତ୍ତ୍ୱ ବୁଝିବେ।