ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଲା । ପୂର୍ବପରି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ ପିଛା ଦର ୩ ଟଙ୍କା ରହିଲା । ୫୦ରୁ ୨୦୦ ୟୁନିଟ ପାଇଁ ୟୁନିଟ ପିଛା ଦର ୪ଟଙ୍କା ୮୦ ପଇସା ରହିବ । ୨୦୦ରୁ ୪୦୦ ୟୁନିଟ ପାଇଁ ୟୁନିଟ ପିଛା ଦର ୫ଟଙ୍କା ୮୦ ପଇସା ରହିବ । ୪୦୦ ୟୁନିଟରୁ ଅଧିକ ପାଇଁ ୟୁନିଟ ପିଛା ଦର ୬ଟଙ୍କା ୨୦ ପଇସା ରହିବ । ଏନେଇ ଓଇଆରସି ନିଷ୍ପତ୍ତି ନେଇଛନ୍ତି । ଏଥିସହିତ ଡିଜିଟାଲ ପେମେଣ୍ଟ କଲେ ଏଲଟି ଉପଭୋକ୍ତାଙ୍କୁ ୪ ପ୍ରତିଶତ ରିହାତି ମିଳିବ । ଗ୍ରାମାଞ୍ଚଳ ଉପଭୋକ୍ତାଙ୍କ ପାଇଁ ୟୁନିଟ ପିଛା ୧୦ ପଇସା ରିହାତି ରହିବ । ଘରୋଇ ଉପଭୋକ୍ତାଙ୍କ ପାଇଁ ବିଳମ୍ବିତ ପରିଶୋଧ ଫାଇନ ଛାଡ଼ ହେବ ବୋଲି ସୂଚନା ମିଳିଛି ।