ବଢ଼ିବ ବିଦ୍ୟୁତ୍ ଦର

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀ ବେଳେ ବଢ଼ିଲା ବିଦ୍ୟୁତ୍‌ ଦର। ଆସନ୍ତା ଅକ୍ଟୋବରରୁ ବର୍ଦ୍ଧିତ ଦର ଲାଗୁହେବ। ବିଜୁଳି ଦର ବୃଦ୍ଧି ନେଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗଙ୍କ ନିଷ୍ପତ୍ତି ନେଇଛି। ୟୁନିଟ ପିଛା ୨୦ ପଇସା ଦର ବୃଦ୍ଧି ନେଇ ହୋଇଛି ନିଷ୍ପତ୍ତି। ବର୍ଦ୍ଧିତ ଦରରୁ କୁଟୀର ଜ୍ୟୋତି ଓ ବିପିଏଲ ଚାଷୀ ଉପଭୋକ୍ତା ବାଦ ଦିଆଯାଇଛି।

୫୦ ୟୁନିଟ ପର୍ଯ୍ୟନ୍ତ ଦରରେ ୨ ଟଙ୍କା ୭୦କୁ ବୃଦ୍ଧି। ସେହିପରି ୧୦୦ ୟୁନିଟ ଯାଏ ୩ ଟଙ୍କା ୬୦, ୨୦୦ ୟୁନିଟ ଯାଏ ୪.୦୫ ଟଙ୍କା, ୩୦୦ ୟୁନିଟ ଯାଏ ୪.୫୩ ଟଙ୍କା, ୪୦୦ ୟୁନିଟ ଯାଏ ୪.୭୮ ଟଙ୍କା ଓ ୫୦୦ ୟୁନିଟ ଯାଏ ୫ ଟଙ୍କା ବୃଦ୍ଧି କରାଯାଇଛି।

ବିଦ୍ୟୁତ ବୃଦ୍ଧି ନେଇ ବିଦ୍ୟୁତ ବିତରକ କମ୍ପାନୀ ଗୁଡ଼ିକ ବାରମ୍ୱାର ଦାବି କରୁଥିଲେ। ଯାହାକୁ ଉପଭୋକ୍ତା ମହାସଂଘ ବିରୋଧ କରିଛି।