କୋଇଲା ଅଭାବରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ

ଝାରସୁଗୁଡା,ଏନ୍ଏନ୍ଏସ୍: ଆବଶ୍ୟକ ଅନୁସାରେ କୋଇଲା ମିଳୁନଥିବାରୁ ଝାରସୁଗୁଡ଼ା ବନହରପାଲି ଓପିଜିସିର ଦ୍ୱିତୀୟ ୟୁନିଟକୁ ବନ୍ଦ କରିଦିଆଯାଇଛି। ତେବେ ତାପଜ ବିଦ୍ୟୁତ୍ୟୁନିଟ କେନ୍ଦ୍ରର ୪ଟି ୟୁନିଟ ଚାଲିବା ପାଇଁ ଦୈନନ୍ଦିନ ୨୪ ହଜାର ମେଟ୍ରିକ ଟନ କୋଇଲା ଦରକାର।

ଏମସିଏଲ୍ କୋଇଲା ଯୋଗାଇବାରେ ଅବହେଳା କରିଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ତେବେ ୨୪ହଜାର ମେଟ୍ରିକ ଟନ୍‍ ବଦଳରେ ମାତ୍ର ୧୦ହଜାର ମେଟ୍ରିକ ଟନ୍‌ କୋଇଲା ଦେଉଛି । କୋଇଲା ଅଭାବରୁ ଓପିଜିସିର ଦ୍ୱିତୀୟ ୟୁନିଟକୁ ବନ୍ଦ କରିଦିଆଯାଇଥିବା ଡେପୁଟି ମ୍ୟାନେଜର ସୂଚନା ଦେଇଛନ୍ତି।