ପୌର ନିର୍ବାଚନ ପାଇଁ ରାଜ୍ୟପାଳଙ୍କୁ ଭେଟିଲା ବିଜେପି

  • ଭୁବନେଶ୍ୱର: ପୌର ନିର୍ବାଚନରେ ବିଳମ୍ବ ଅଭିଯୋଗ ନେଇ ବିଜେପି ରାଜ୍ୟପାଳଙ୍କୁ ଭେଟିଛି। କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଛନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବାକୁ ବିଜେପି ଦାବି କରିଛି। ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରତିନିଧି ଦଳ ପକ୍ଷରୁ ଦାବି କରାଯାଇଛି। ପୂର୍ବରୁ ବିଜେପି ରାଜ୍ୟ ନିର୍ବାଚନ କମିଶନଙ୍କୁ ମଧ୍ୟ ଭେଟିଥିଲା।