ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାବିସଙ୍କ ସହ ସିନ୍ଦେ ଆଜି(ଶନିବାର) ଦିଲ୍ଲୀର ଲୋକକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ତାଙ୍କୁ ସାକ୍ଷାତ କରିଛନ୍ତି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ମୋଦୀଙ୍କ ସହ ଏହା ତାଙ୍କର ପ୍ରଥମ ସାକ୍ଷାତକାର। ଏନେଇ ଫଡନାବିସ୍ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୋଦୀଙ୍କୁ ଭେଟିବା ସମୟରେ ତାଙ୍କୁ ପ୍ରଭୁ ବିଠଲ ଓ ରୁକ୍ମିଣୀଙ୍କ ପ୍ରତିମୂର୍ତ୍ତି ଉପହାର ରୂପେ ପ୍ରଦାନ କରିଛନ୍ତି। ଏହାସହିତ ମହାରାଷ୍ଟ୍ରର ବିକାଶ ପାଇଁ ତାଙ୍କର ଆଶୀର୍ବାଦ ଓ ମାର୍ଗଦର୍ଶନ ଲୋଡିଛନ୍ତି। ମୋଦୀଙ୍କ ସହ ସାକ୍ଷାତକାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିନ୍ଦେ କହିଛନ୍ତି ଯେ, ”ରାଜ୍ୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଚାଲିଥିବା ବିକାଶ ପ୍ରକ୍ରିୟାରେ ସାମିଲ ହେବେ ଏବଂ ମହାରାଷ୍ଟ୍ରକୁ ନୂଆ ଶିଖରରେ ପହଞ୍ଚାଇବାକୁ ପ୍ରୟାସ କରିବେ।”