୧୪ରେ ପାଳନ ହେବ ପବିତ୍ର ଇଦ୍ ପର୍ବ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଓଡିଶାରେ ଆସନ୍ତା ୧୪ ତାରିଖରେ ପାଳନ ହେବ ପବିତ୍ର ଇଦ୍ ପର୍ବ। ଏନେଇ ଅଞ୍ଜୁମାନ ଇସଲାମିଆ ଏହଲେ ସୁନ୍ନତଅଲ୍ ଜମାତ୍ ଚାନ୍ଦ କମିଟି ପକ୍ଷରୁ ଘୋଷଣା କରାଯାଇଛି। କୋଭିଡ କଟକଣା ମଧ୍ୟରେ ମସଜିଦରେ ହେବ ନମାଜ ହେବ। ହେଲେ ସମୂହ ନମାଜ ପାଠ ହେବ ନାହିଁ। ଇମାମଙ୍କ ସହ କେବଳ ୫ଜଣ ନମାଜ ପାଠ କରିପାରିବେ। କମିଟିର ସଭାପତି ମହମ୍ମଦ ଅବଦ୍ଦୁଲ ଆହେବ ଏହି ଘୋଷଣା କରିଛନ୍ତି।