ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଉତ୍କଳ ବିଶ୍ୱବିଦ୍ୟାଳୟ ଗସ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଛାତ୍ରଛାତ୍ରୀମାନଙ୍କ ବିକ୍ଷୋଭ ପରେ ଗୁରୁବାର ଉଚ୍ଚ  ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଅଚାନକ ଉତ୍କଳ ବିଶ୍ୱବିଦ୍ୟାଳୟ ଗସ୍ତ କରି ହଷ୍ଟେଲର ଭିତ୍ତିଭୂମି ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ଠାରୁ ପଚାରି ବୁଝିଥିଲେ। ଏଥି ସହିତ ଅନ୍ୟାନ୍ୟ କାର୍ଯ୍ୟଗୁଡ଼ିକର ମଧ୍ୟ ସମୀକ୍ଷା କରିଛନ୍ତି । ସେହିପରି ଆଜି ପୂରାଦିନ ସେ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସହ କାଟିବେ ବୋଲି ଜଣାପଡ଼ିଛି। ବିଶ୍ୱବିଦ୍ୟାଳୟ ବିକାଶ ପାଇଁ କୋଟି କୋଟି ଟଙ୍କା ଆସୁଥିବାବେଳେ ତାହା କ’ଣ ପାଇଁ ବିକାଶ କାର୍ଯ୍ୟରେ ଲାଗି ପାରୁନାହିଁ ସେ ନେଇ ବିରକ୍ତି ପ୍ରକାଶ କରିବା ସହ ତୁରନ୍ତ ଏହି ପାଣ୍ଠିକୁ ବିନିଯୋଗ କରିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରିଥିଲେ। ଏହି ସମୟରେ ମନ୍ତ୍ରୀଙ୍କ ସହ ସ୍ଥାନୀୟ ଉତ୍ତର ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ଥିବା ସୂଚନା ମିଳିଛି।

ସୂଚନାକ୍ରମେ ଗତ ଦୁଇ ଦିନ ତଳେ ୧୦ ଦଫା ଦାବିରେ ଛାତ୍ରଛାତ୍ରୀମାନେ କୁଳପତିଙ୍କୁ ଘେରିଥିଲେ । କୁଳପତିଙ୍କ କାର୍ଯ୍ୟାଳୟକୁ ଧଶେଇ ପଶିବାକୁ ଉଦ୍ୟମ କରିବା ସହ ସେଠାରେ ବସି ନାରାବାଜି କରିଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ଭୁବନେଶ୍ୱର ଡିସିପି ନିଜେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ ।