ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲା ଶିଳ୍ପ ଉଦ୍ୟୋଗ ବିଭାଗ ପକ୍ଷରୁ ସିଏମଆଇଟି ସହଯୋଗରେ ଟାଉନ ହଲରେ ୧୨ ଦିନିଆ ଇଡିପି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରୁ ମାଷ୍ଟର ଟ୍ରେନରମାନେ ଆସି ଉଦ୍ୟୋଗୀ ଓ ସ୍ୱରୋଜଗାର ତାଲିମ ପ୍ରଦାନ କରିଥିଲେ । ସରକାରଙ୍କ ଋଣ ପ୍ରକ୍ରିୟାକୁ ସୁଲଭରେ ନେଇ କିପରି ସମସ୍ତେ ସ୍ୱାବଲମ୍ବୀ ହୋଇପାରିବେ ସେବିଷୟରେ ମାଷ୍ଟର ଟ୍ରେନରମାନେ ତାଲିମ ଦେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମ ଚଳିତ ମାସ ୬ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଉକ୍ତ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର ଯୋଗଦେଇ ସାର୍ଟିଫିକେଟ ପ୍ରଦାନ କରିବା ସହ ସଫଳ ଉଦ୍ୟୋଗୀ ହେବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ଡିଆଇସି କାର୍ଯ୍ୟାଳୟ ପକ୍ଷରୁ ଜୟନ୍ତ କୁମାର ନାୟକ ଓ ବିକ୍ରମ ରାଜୁ ଅତିଥିଭାବେ ଅଂଶଗ୍ରହଣ କରିଥିଲେ । ସିଏମଆଇଟିର ନିର୍ଦ୍ଦେଶିକା ଶର୍ମିଷ୍ଠା ଦେଓଙ୍କ ସମେତ ଭୁବନେଶ ପାତ୍ର ଓ ସୁବ୍ରତ ମିଶ୍ର ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।