ଭୂଷଣ ଷ୍ଟିଲ ପ୍ଲାଣ୍ଟର ୪୦୨୫ କୋଟି ଆଟାଚ୍ କଲା ଇଡି

ବ୍ୟାଙ୍କ୍ ଜାଲିଆତି ମାମଲାରେ ଇଡି ଭୂଷଣ ଉପରେ ବଡ କାର୍ୟ୍ୟାନୁଷ୍ଠାନ ନେଇଛି। ଭୂଷଣ ଷ୍ଟିଲ କମ୍ପାନୀର ୪୦୨୫.୨୩ କୋଟି ଟଙ୍କା ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆଟାଚ କରିଛି। ଆଟାଚ୍ ମଧ୍ୟରେ ଭୂଷଣ ଜମି, କୋଠା ଓ କାରଖାନା ଅନ୍ତର୍ଭୁକ୍ତ ରହିଛି। ଏ ନେଇ ଇଡି ଟ୍ୱିଟ୍ ଜରିଆରେ ସୂଚନା ଦେଇଛି।

ଏହି କମ୍ପାନୀର ମୂଖ୍ୟ ପୃଷ୍ଟପୋଷକ ସିଂଘଲ ପରିବାର ଜାଲ କାଗଜପତ୍ର ଦେଖାଇ ପ୍ରାୟ ୫୫୦୦ କୋଟି ଟଙ୍କାର ଋଣ ନେଇଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଆହ୍ଲାବାଦ ବ୍ୟାଙ୍କ ପୂର୍ବରୁ ଅଭିଯୋଗ କରିଥିଲେ । ଏହି ଅଭିଯୋଗର ବିଚାର କରି ପିଏମଏଲଏ ( ବେଆଇନ ଅର୍ଥ କାରବାର ନିରୋଧୀ ଆଇନ) ଅଦାଲତ କାରଖାନାର ୪୦୨୫ କୋଟି ଟଙ୍କାର ସମ୍ପତ୍ତି ଜବତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଥିଲେ । ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି କାର୍ୟ୍ୟାନୁଷ୍ଠାନ ନେଇଛି ।