ଅର୍ଥ ହେରଫେର ମାମଲାରେ ସିବସେନା ବିଧାୟକଙ୍କ ନିକଟ ସହଯୋଗୀ ଗିରଫ

ମୁମ୍ବାଇ,ଏଜେନ୍ସି: ଏକ ଘରୋଇ କମ୍ପାନୀର ଟପ ସିକ୍ୟୁରିଟି ସହିତ ଜଡ଼ିତ ଥିବା ଅର୍ଥ ହେରଫେର ମାମଲାରେ ଅମିତ ଚାନ୍ଦୋଲ ନାମକ ଶିବସେନା ବିଧାୟକ ପ୍ରତାପ ସରନାଏକଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କୁ ଇଡ଼ି ଗିରଫ କରିଛି।
ନଭେମ୍ବର ୨୪ ତାରିଖରେ ଟପ ସିକ୍ୟୁରିଟି ଗ୍ରୁପ୍ ପ୍ରମୋଟର ସମେତ ମୁମ୍ବାଇ ଓ ଥାନେର ୧୦ଟି ସ୍ଥାନରେ ଇଡ଼ି ରେଡ କରିବା ପରେ ଟପ୍ ସିକ୍ୟୁରିଟି ପ୍ରମୋଟର ଥିବା ଚାନ୍ଦୋଲଙ୍କୁ ଗିରଫ କରାଯାଇଛି। ଏହି ହେରଫେର ମାମଲାର ଯାଞ୍ଚ ସମୟରେ ଇଡ଼ି ଚାନ୍ଦୋଲଙ୍କଠାରୁ ପ୍ରତାପ ସରନାଏକଙ୍କ ସହିତ ସନ୍ଦେହଜନକ କାରବାର ସମ୍ପର୍କରେ କିଛି ତଥ୍ୟ ପାଇଥିବା ଜଣାପଡ଼ିଛି।