ଇକୋ ରିଟ୍ରିଟର ଦ୍ୱିତୀୟ ସଂସ୍କରଣ : ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆଜି ଠାରୁ ଆରମ୍ଭ ହୋଇଛି ଓଡ଼ିଶା ପର୍ଯ୍ୟଟନର ଇକୋ ରିଟ୍ରିଟର ଦ୍ୱିତୀୟ ସଂସ୍କରଣ । ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ଆଜିଠାରୁ କୋଣାର୍କର ରାମଚଣ୍ଡୀ ବେଳାଭୂମି, ସାତକୋଶିଆ, ଭିତରକନିକା, ଦାରିଙ୍ଗିବାଡି ଏବଂ ହୀରାକୁଦଠାରେ ଇକୋ ରିଟ୍ରିଟ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହା ଫେବୃଆରି ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପର୍ଯ୍ୟଟକମାନଙ୍କୁ ଅଧିକ ଆକର୍ଷିତ କରିବା ଲାଗି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ତେବେ ଶୀତ ଋତୁରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶା ପର୍ଯ୍ୟଟନର ଏହି ଅଭିନବ ପ୍ରୟାସ ଗତଥର ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ଚଳିତଥର ମଧ୍ୟ ଏହା ପୂର୍ବ ଅପେକ୍ଷା ଅଧିକ ସଫଳ ହେବ ବୋଲି ଆଶା କରିଛି ଓଡ଼ିଶା ଟୁରିଜିମ୍।