ସୀମାନ୍ତରେ ଏନକାଉଣ୍ଟର : ଜଣେ ମାଓବାଦୀ ନିହତ

ମାଲକାନଗିରି, ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ମାଥିଲି ଥାନା ସୀମାନ୍ତକୁ ଲାଗିରହିଥିବା ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ପୁଷପାଲ ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ରେ ଆଜି ସକାଳୁ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଘଟଣାସ୍ଥଳରୁ ବନ୍ଧୁକ ଓ ମାଓ ପୁସ୍ତିକା ଜବତ ହୋଇଥିବା ନେଇ ସୁକମା ଏସପି ସନଭ ସିହ୍ନା ସୂଚନା ଦେଇଛନ୍ତି । ତେବେ ମୃତ ମାଓବାଦୀ ପୁରୁଷ କିମ୍ବା ମହିଳା ତାହା ସ୍ପଷ୍ଟ ହୋଇନାହିଁ । ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ପକ୍ଷରୁ ଶବ ଚିହ୍ନଟ ପ୍ରକ୍ରିୟା ଜାରୀ ରହିଛି ।