ଦିଲୀପଙ୍କ ଉପରେ ୨୪ ଘଣ୍ଟିଆ ପ୍ରଚାର କଟକଣା

କୋଲକାତା, ଏଜେନ୍ସି: ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ନିର୍ବାଚନ କମିଶନ ଗୁରୁବାର ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷଙ୍କ ଉପରେ ୨୪ ଘଣ୍ଟିଆ ପ୍ରଚାର କଟକଣା ଲାଗୁ କରିଛନ୍ତି। ଫଳରେ ଦିଲୀପ ଗୁରୁବାର ସନ୍ଧ୍ୟା ୭ଟାରୁ ଶୁକ୍ରବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନିର୍ବାଚନୀ ପ୍ରଚାର କରିପାରିବେ ନାହିଁ। ନିକଟରେ ଦିଲୀପ ଏକ ସଭାରେ କହିଥିଲେ ଯେ ଆବଶ୍ୟକ ପଡିଲେ ସିତଲକୁଛି ଗୁଳିକାଣ୍ଡ ଘଟଣାର ପୁନରାବୃତ୍ତି ଘଟିପାରେ। ଏହାକୁ ନେଇ ଇସି ଦିଲୀପଙ୍କୁ ନୋଟିସ ଜାରି କରିଥିଲେ।