ହଷ୍ଟେଲରେ ଖାଇ ୭ ଛାତ୍ରୀ ଅସୁସ୍ଥ

ନବରଙ୍ଗପୁର , ଏନ୍ଏନ୍ଏସ୍ : ହଷ୍ଟେଲରେ ଖାଇବା ପରେ ୭ ଛାତ୍ରୀ ଅସୁସ୍ଥ ହୋଇଛନ୍ତି ବୋଲି ସୂଚନା ମିଳିଛି। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ବେତାଳ ଆଶ୍ରମ ବିଦ୍ୟାଳୟରେ। ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ରୀମାନେ ଅସୁସ୍ଥ ହୋଇପଡ଼ିଛନ୍ତି । ଅସୁସ୍ଥ ୭ଜଣ ଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ବୋଲି ସୂଚନା ମିଳିଛି। ଏନେଇ ବେତାଳ ଆଶ୍ରମ ବିଦ୍ୟାଳୟର କର୍ତୃପକ୍ଷଙ୍କୁ ପଚାରିବାରୁ କୌଣସି ଉତର ମିଳିନଥିଲା ବୋଲି ସୂଚନା ମିଳିଛି।