ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ଷ୍ଟେସନ ଠାରେ ଟ୍ରେନ ଯାତ୍ରୀ ମାନଙ୍କୁ ଡିସପୋଜେବଲ ବ୍ୟାଗ ବଣ୍ଟନ:

ଭୁବନେଶ୍ୱର,ଏନ୍ଏନ୍ଏସ୍ : ପୂର୍ବତଟ ରେଳପଥ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ନେତୃତ୍ୱରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଶଶୀକାନ୍ତ ସିଂହ ଓ ଅନ୍ୟ ଅଧିକାରୀମାନଙ୍କ ଦ୍ୱାରା ସ୍ୱଚ୍ଛତା ସମ୍ପର୍କରେ ସଚେତନତା କାର୍ୟ୍ୟକ୍ରମ ସ୍ୱଚ୍ଛତା ହିଁ ସେବା ଆୟୋଜନ କରାଯାଇଥିଲା । ଯାତ୍ରୀମାନଙ୍କୁ ସଚେତନ କରିବାପାଇଁ ଶ୍ରୀ କୁମାର ଏବଂ ଅନ୍ୟ ଅଧିକାରୀ ମାନେ ପ୍ଲାଷ୍ଟିକ ବ୍ୟାଗ ସାଙ୍ଗରେ ନେଉଥିବା ଯାତ୍ରୀ ମାନଙ୍କୁ ସଚେତନତା ବାର୍ତା ପହଂଚାଇବା ପାଇଁ ଡିସପୋଜେବଲ ବ୍ୟାଗ ବଣ୍ଟନ କରିଥିଲେ । ଏହି ଅବସରେରେ ସ୍ୱଚ୍ଛତା ସମ୍ବନ୍ଧରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ପାଇଁ ରେଳବାଇ କର୍ମଚାରୀ ମାନେ ବିଭିନ୍ନ ସ୍ଲୋଗାନ ସହିତ ରାଲି ବାହାର କରି ସଚେତନ କରାଇଥିବାବେଳେ ନୂକଡ଼ ନାଟକ ମାଧ୍ୟମରେ ମଧ୍ୟ ସଚେତନତା କାର୍ୟ୍ୟକ୍ରମ କରାଯାଇଥିଲା ।