ଶ୍ରମିକ ସ୍ପେଶାଲ ଟ୍ରେନରେ ଜନ୍ମିତ ନବଜାତ ଶିଶୁମାନଙ୍କୁ ପୂର୍ବତଟ ରେଳପଥ ଦେବ ଉପହାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତୀୟ ରେଳବାଇ ଦ୍ୱାରା ଚଳାଚଳ କରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ଅନେକ ଗର୍ଭବତୀ ମହିଳା ଯାତ୍ରା ସମୟରେ ପ୍ରସବ କରିଛନ୍ତି। ଏହା ଭାରତୀୟ ରେଳବାଇ ପାଇଁ ଅତ୍ୟନ୍ତ ଶୁଭ ଖବର ଦର୍ଶାଇ ପୂର୍ବତଟ ରେଳପଥ ପକ୍ଷରୁ ଉକ୍ତ ଶିଶୁମାନଙ୍କୁ ଉପହାର ପ୍ରଦାନ କରାଯିବା ନେଇ ସୂଚନା ଦିଆଯାଇଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନରେ ୩ ନବଜାତ ଶିଶୁ ଜନ୍ମ ହୋଇଛନ୍ତି। ଉଭୟ ନବଜାତ ଶିଶୁ ଓ ସେମାନଙ୍କ ମା’ମାନଙ୍କୁ ରେଳବାଇ ପକ୍ଷରୁ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରଯାଇଛି। ଏହି ତିନିଟି ଶିଶୁ ମଧ୍ୟରୁ ଦୁଇଟି ଟିଟିଲାଗଡ଼ ଠାରେ ଜନ୍ମଗ୍ରହଣ କରିଥିବା ବେଳେ ଗୋଟିଏ ବଲାଙ୍ଗିର ଠାରେ ଜନ୍ମଗ୍ରହଣ କରିଛି। ସମସ୍ତ ନବଜାତ ଶିଶୁ ଓଡିଶାର ବଲାଙ୍ଗିର ଜିଲ୍ଲାର ଅଟନ୍ତି।

ଏ ନେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ପୂର୍ବତଟ ରେଳପଥର ଅଧିକାରୀ ମାନେ ବ୍ୟକ୍ତିଗତ ହେଉ କିମ୍ବା ସ୍ୱେଚ୍ଛାକୃତ ଭାବେ ରେଳପଥର ପରିସୀମା ମଧ୍ୟରେ ଚଳାଚଳ କରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ନବଜାତକ ଶିଶୁମାନଙ୍କୁ ଉପହାର କୁପନ ପ୍ରଦାନ କରିବେ ବୋଲି ଆଜି ଘୋଷଣା କରିଛନ୍ତି।

ଏଥିସହ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ଭୂଷଣ ନିଜେ ନବଜାତ ଶିଶୁଙ୍କ ପାଖକୁ ୫ ହଜାର ଟଙ୍କାର ଉପହାର ପଠାଇଛନ୍ତି। ରେଲୱେର ଅନ୍ୟ ବରିଷ୍ଠ ଅଧିକାରୀମାନେ ଭବିଷ୍ୟତରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଯଦି ଶିଶୁ ଜନ୍ମ ନିଅନ୍ତି ତେବେ ସ୍ୱେଛାକୃତ ଭାବେ ସେମାନେ ମଧ୍ୟ ଉପହାର ପ୍ରଦାନ କରିବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି।