ଉତ୍ତର ଭାରତରେ ବିଭିନ୍ନ ଅଞ୍ଚଳରେ ଭୂମିକମ୍ପ : ରିକ୍ଟର ସ୍କେଲରେ ତୀବ୍ରତା ୬.୩

ନୂଆଦିଲ୍ଲୀ: ଉତ୍ତର ଭାରତର ଅନେକ ଅଞ୍ଚଳରେ ଆଜି ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ ଏନସିଆରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବାବେଳେ କାଶ୍ମୀରରେ ବି ତୀବ୍ର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ସେହିପରି ପଞ୍ଜାବ ଓ ହରିୟାଣାରେ ବି ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଲୋକ ଭୟଭୀତ ହୋଇ ଘରୁ ବାହାରିଆସିଥିଲେ । ତେବେ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ । ତେବେ ଅନୁମାନ କରାଯାଉଛି ପାକିସ୍ଥାନରେ ଭୂକମ୍ପର କେନ୍ଦ୍ର ରହିଥିଲା ।
ପାକ ଅଧିକୃତ କାଶ୍ମୀରରେ ଭୂକମ୍ପର କେନ୍ଦ୍ର ଥିବାବେଳେ ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ବୋଲି ଜଣାପଡିଛି ।

ଏଠାରେ ସୂଚନା ଥାଉ କି ଏହି ମାସ ୯ ତାରିଖରେ ମଧ୍ୟ ଜମ୍ମୁ-କଶ୍ମୀର ଓ ହିମାଚଳ ପ୍ରଦେଶରେ ଲଗାତର ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଥିଲା ।

ଅପରାହ୍ନ ୧୨.୧୦ ସମୟରେ ଜମ୍ମୁ କଶ୍ମୀରରେ ୫.୦ ତୀବ୍ରତାରେ ଭୂକମ୍ପ ହୋଇଥିବା ବେଳେ ହିମାଚଳ ପ୍ରଦେଶର ଚମ୍ଭାଠାରେ ମଧ୍ୟ ସମାନ ତୀବ୍ରତାର ଭୂକମ୍ପ ହୋଇଥିବା ସୂଚନା ରହିଥିଲା । ଭୂକମ୍ପ ହେବାର ଅଧଘଣ୍ଟା ପରେ ଅପରାହ୍ନ ୧୨.୪୦ ସମୟରେ ୩.୨ ତୀବ୍ରତା ବିଶିଷ୍ଟ ଆଉ ଥରେ ଭୂକମ୍ପ ହୋଇଥିଲା ।