ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର ଏବଂ ୟୁପିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳ ହେଉଛି ନେପାଳ । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରହିଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲଜୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ, ୩ ଦିନରେ ୨ୟ ଥର ପାଇଁ ଭୂକମ୍ପ ଅନୁଭୂତ ହୋଇଛି । ଶୁକ୍ରବାର ରାତି ପାଖାପାଖି ୧୧ଟାରେ ୬.୪ ତୀବ୍ରତାରେ ଭୂକମ୍ପ ହୋଇଛି । ଏହାର କେନ୍ଦ୍ରସ୍ଥଳ ନେପାଳ ହୋଇଥିବାବେଳେ ଝଟକା ଦିଲ୍ଲୀରେ ଅନୁଭୂତ ହୋଇଥିଲା ।