ଉତ୍ତର ଭାରତରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ଭୂକମ୍ପ ଅନୁଭୂତ ହୋଇଛି । ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୪ ରହିଛି । ଏହି ଭୂକମ୍ପ ଚୀନ ଓ ପାକିସ୍ତାନ ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନ ବୋଲି ଅନୁମାନ କରାଯାଉଛି ।