ସକାଳୁ ଭୂକମ୍ପରେ ଥରିଲା ଜମ୍ମୁ-କଶ୍ମୀର

ଶ୍ରୀନଗର,ଏନ୍ଏନ୍ଏସ୍: ଆଜି ସକାଳୁ ସକାଳୁ ଜମ୍ମୁ-କଶ୍ମୀରରେ ମୃଦୁ ଭୂମିକମ୍ଫ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ୍)ର ସୂଚନା ଅନୁଯାୟୀ, ଜମ୍ମୁ-କଶ୍ମୀରର ଗୁଲମାର୍ଗ ନିକଟରେ ଏହି ଭୂ-କମ୍ଫ ହୋଇଛି। ଏଥିରେ କାହାର କୌଣସି କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ଗତକାଲି ମଧ୍ୟ ଜମ୍ମୁ କଶ୍ମୀରର ପୂର୍ବ ହାନଲି ନିକଟରେ ଭୂମିକମ୍ଫ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା।