ନୂଆଦିଲ୍ଲୀ: ତୁର୍କୀରେ ଆଜି ସଂଧ୍ୟାରେ ପୁଣିଥରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୭.୮ ଥିଲା । ଏହି ଦ୍ୱିତୀୟ ଝଟକା ତୁର୍କୀର ପୂର୍ବାଂଶରେ ହୋଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ପଶ୍ଚିମ ଏସିଆର ଅନେକ ଦେଶକୁ ଆଜି ବିନାଶକାରୀ ଭୂକମ୍ପ ଥରାଇ ଦେଇଛି । ତୁର୍କୀ ସମେତ ଲେବନାନ, ସିରିୟା ଓ ଇସ୍ରାଇଲରେ ଆଜି ସକାଳେ ଭୂକମ୍ପ ହୋଇଥିଲା । ଫଳରେ କେବଳ ତୁର୍କୀରେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ଅନ୍ୟଦେଶକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୧୬୦୦ରେ ପହଞ୍ଚିଛି ।