ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରରେ ଲଗାତାର ଭୂକମ୍ପର ଝଟକା ଅନୁଭବ ହେଉଛି। ଆଜି ପୁଣି ମୁମ୍ବାଇରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଏନସିଏସଙ୍କ ସୂଚନା ଅନୁଯାୟୀ, ଭୋର ୫ଟା ୩୦ ମଧ୍ୟରେ ଭୂମିକମ୍ପ ଅନୁଭୂତ ହେବା ସହ ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୫ ରେକର୍ଡ଼ କରାଯାଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ମୁମ୍ବାଇର ଉତ୍ତରଦିଗରେ ୯୮ କିଲୋମିଟର ଦୂର ଥିଲା ବୋଲି ଜଣାପଡ଼ିଛି।
ଏହାସହ ଆଜି ସକାଳ ୭ଟା ୬ରେ ନାସିକ ନିକଟରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୬ ରେକର୍ଡ଼ କରାଯାଇଛି।