ପୁଣି ମଧ୍ୟରାତ୍ରିରେ ପାଲଘରରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୨.୮

ପାଲଘର,ଏଜେନ୍ସି: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ପୁଣି ମଧ୍ୟରାତ୍ରିରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ସମୟରେ ଭୂମିକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ୨.୮ ଥିଲା। ନ୍ୟାସନାଲ ସେଣ୍ଟର ଅଫ ସିସମୋଲୋଜୀର ସୂଚନା ଅନୁସାରେ ପାଲଘରରେ ରାତି ୧ଟା ୧୯ ମିନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।

ଚଳିତ ମାସ ୨୪ ତାରିଖରେ ଦେଶର ୫ଟି ଭିନ୍ନ ରାଜ୍ୟରେ ରାତ୍ରି ୧୨ଟା ପରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ସେହିଦିନ ମଧ୍ୟ ପାଲଘରରେ ବିଳମ୍ବିତ ରାତ୍ରିରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୩.୧ ମପାଯାଇଥିଲା। ସେହିପରି ଏହା ପୂର୍ବରୁ ମଧ୍ୟ ପାଲଘର ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ବାରମ୍ବାର ଉକ୍ତ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହେଉଥିବାରୁ ଲୋକେ ଭୟଭୀତ ହୋଇଯାଇଛନ୍ତି।