ବିଜେପିରେ ସାମିଲ ହେଲେ ‘ମେଟ୍ରୋ ମ୍ୟାନ୍’ ଇ ଶ୍ରୀଧରନ

କେରଳ,ଏଜେନ୍ସି: ଚଳିତ ବର୍ଷ କେରଳ ନିର୍ବାଚନକୁ ଲକ୍ଷ କରି ‘ମେଟ୍ରୋ ମ୍ୟାନ୍’ ଇ ଶ୍ରୀଧରନ୍ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଏନେଇ କେରଳର ବିଜେପି ସଭାପତି କେ ସୁରେନ୍ଦ୍ରନ୍ ଘୋଷଣା କରିଛନ୍ତି। ଏଥିସହିତ ଆସନ୍ତା ୨୧ ତାରିଖରେ କେରଳରେ ବିଜେପିର ହେବାକୁ ଥିବା ବିଜୟ ଯାତ୍ରାକୁ ମଧ୍ୟ ଶ୍ରୀଧରନଙ୍କୁ ଆମନ୍ତ୍ରଣ କରାଯାଇଛି।

ଏନେଇ ଶ୍ରୀଧରନ ଏକ ମାଲ୍ୟାଲମ ଗଣମାଧ୍ୟମରେ କହିଛନ୍ତି କି, ଏହା କୌଣସି ତରବରିଆ ନିର୍ଣ୍ଣୟ ନୁହେଁ, ମୁଁ ଅନେକ ଦିନ ଧରି କେରଳରେ ରହିଆସୁଛି ଏବଂ କେରଳ ପାଇଁ କିଛି କରିବାକୁ ଚାହୁଁଛି। ମୁଁ ଏକୁଟିଆ ସବୁକିଛି କରିପାରିବି ନାହିଁ। ବିଜେପି ଅନ୍ୟ ରାଜନୈତିକ ଦଳଠାରୁ ଭିନ୍ନ, ତେଣୁ ମୁଁ ବିଜେପିରେ ସାମିଲ ହୋଇଛି।

ସୂଚନା ଅନୁସାରେ ଇ ଶ୍ରୀଧରନଙ୍କ ସାହାଯ୍ୟ ଓ ପଥ ପ୍ରଦର୍ଶନରେ ଲଖନଉ ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ରେକର୍ଡ ସମୟରେ ସମାପ୍ତ ହୋଇଥିଲା। ଏଥିସହିତ ତାଙ୍କ ନେତୃତ୍ୱରେ କୋନକନ ରେଲୱେ ଓ ଦିଲ୍ଲୀ ମେଟ୍ରୋ ତିଆରି ହୋଇ ଦେଶରେ ଜନସାଧାରଣ ପରିବହନର ଦିଶା ବଦଳିଥିଲା। ଶ୍ରୀଧରନଙ୍କୁ କୋଚି ମେଟ୍ରୋ ରେଲ ପ୍ରକଳ୍ପର ମୁଖ୍ୟ ପରାମର୍ଶଦାତା ଭାବେ ମଧ୍ୟ ନିଯୁକ୍ତି କରାଯାଇଥିଲା।