ଇ-ରୁପି ସେବା ଲଞ୍ଚ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇ-ରୁପି ସେବା ଲଞ୍ଚ କରିଛନ୍ତି। ଜାତୀୟ ପେମେଣ୍ଟ ନିଗମ ଇ-ରୁପୀକୁ ବିତ୍ତୀୟ ସେବା ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ରାଷ୍ଟ୍ରୀସ୍ୱାସ୍ଥ୍ୟ ପ୍ରାଧୀକରଣର ସହଯୋଗରେ ବିକଶିତ କରିଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ଆଜି ଡିଜିଟାଲ ପେମେଣ୍ଟକୁ ନୂଆ ଆକାର ଦେଇଛି। ଇ-ରୁପି ଦେଶରେ ଡିଜିଟାଲ ଟ୍ରାଞ୍ଜେକ୍ସନ ଓ ଡିବିଟିକୁ ଆହୁରି ପ୍ରଭାବୀ କରିବା ପାଇଁ ବେଶ୍ ବଡ଼ ଭୂମିକା ନିର୍ବାହ କରିବ। କେବଳ ସରକାର ନୁହେଁ ଯଦି କୌଣସି ସଂସ୍ଥା ବା ସଂଗଠନ କାହାର ଚିକିତ୍ସା, ପାଠପଢ଼ା କିମ୍ବା ଅନ୍ୟାନ୍ୟ କାମ ପାଇଁ ସାହାଯ୍ୟ କରିବାକୁ ଚାହୁଁଥିବେ ତେବେ କ୍ୟାଶ୍ ବଦଳରେ ଇ-ରୁପୀ ଦେଇପାରିବେ। ଏଥିରୁ ସେ କେଉଁ କାମ ପାଇଁ ଟଙ୍କା ଦେଉଛନ୍ତି ତାହା ଜଣାପଡ଼ିବ।