ଇ-କମର୍ସ କମ୍ପାନୀକୁ ମିଳିଲା ଆଶ୍ୱସ୍ତି, ଏଥର ୨୦ ଏପ୍ରିଲରୁ ଅନଲାଇନରେ ବିକ୍ରି ହେବ ମୋବାଇଲ, ଟିଭି, ଲାପଟପ୍‌

କରୋନା ଭାଇରସ ସଂକ୍ରମଣ ବଢିବା ଆଶଙ୍କାରେ ଲକଡାଉନର ଅବଧିକୁ ମେ ୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହି ଲକଡାଉନ ଯୋଗୁଁ ଭାରତରେ ମୋବାଇଲ ହେଉ ଅବା ଅନ୍ୟ କୌଣସି ବୈଦ୍ୟୁତିକ ଗ୍ୟାଜେଟ ସବୁର ବିକ୍ରିକୁ ବନ୍ଦ କରିଦିଆଯାଇଛି। କିନ୍ତୁ ଏହାମଧ୍ୟରେ ଏକ ଘୁସି ଖବର ଭାରତୀୟଙ୍କ ପାଇଁ ଆସିଛି। ଇ-କମର୍ସ କମ୍ପାନୀଗୁଡ଼ିକୁ ସରକାର ପ୍ରାଥମିକ ପର୍ୟ୍ୟାୟରେ କିଛିଟା ଆଶ୍ୱସ୍ତି ଦେଇଛନ୍ତି।

ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୨୦ରୁ ଇ-କମର୍ସ ସାଇଟଗୁଡିକରେ ମୋବାଇଲ, ଟିଭି ଏବଂ ଫ୍ରିଜ ଲୋକେ କିଣିବାର ସୁବିଧା ପାଇପାରିବେ। ଇ-କମର୍ସ ସାଇଟ ଆମାଜନ, ଫ୍ଲିପକାର୍ଟ ଏବଂ ସ୍ପାନଡିଲ ଜରିଆରେ ଲୋକେ ଟିଭି, ମୋବାଇଲ, ଲାପଟପ, ଫ୍ରିଜ ଭଳି ଇଲୋକଟ୍ରନିକ ପ୍ରଡକ୍ଟ ସପିଂ କରିପାରିବେ।ସରକାର କମ୍ପାନୀଗୁଡିକୁ ଏ ଦିଗରେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସାମଗ୍ରୀ ଡେଲିଭରି କରିବାକୁ ଥିବା ବ୍ୟକ୍ତିବିଶେଷଙ୍କୁ ଏଥିଲାଗି ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବାକୁ ପଡିବ। ସୂଚନାଯୋଗ୍ୟ ବର୍ତ୍ତମାନ ଇ-କମର୍ସ କମ୍ପାନୀଗୁଡ଼ିକ କେବଳ ଜରୁରୀ ସାମଗ୍ରୀ ହୋମ୍ ଡେଲିଭରି କରୁଛନ୍ତି।