ଚେନ୍ନାଇକୁ ଝଟକା, ଆଇପିଏଲରୁ ବାଦ ପଡିଲେ ବ୍ରାଭୋ

ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ଆଇପିଏଲ ସଂସ୍କରଣରେ ଖରାପ ପ୍ରଦର୍ଶନ ପାଇଁ ମୁସ୍କିଲରେ ପଡିଥିବା ଚେନ୍ନାଇ ସୁପରକିଙ୍ଗ୍ସକୁ ଆଉ ଏକ ଝଟକା ଲାଗିଛି। ଅଭିଜ୍ଞ ଅନ୍ତର୍ଜାତୀୟ ଖେଳାଳୀ ତଥା ଅଲରାଉଣ୍ଡର ଡ୍ୱେନ ବ୍ରାଭୋ ଆଘାତଜନିତ ସମସ୍ୟା କାରଣରୁ ଆଇପିଏଲରୁ ବାଦ ପଡିଛନ୍ତି।

ଏନେଇ ଦଳର ସିଇଓ କାଶୀ ବିଶ୍ୱନାଥନ ସୂଚନା ଦେଇଛନ୍ତି। ସେ କହିଛନ୍ତି   ବ୍ରାଭୋ ଚଳିତ ସିଜିନରୁ ବାଦ୍ ପଡିଛନ୍ତି। ଦିଲ୍ଲୀ ବିପକ୍ଷ ମୁକାବିଲାରେ ଆହତ ଲାଗିବା କାରଣରୁ ବ୍ରାଭୋ ସ୍ୱଦେଶ ଫେରି ଯାଉଛନ୍ତି। ବ୍ରାଭୋ ଆଗାମୀ ମ୍ୟାଚରେ ଦଳରେ ସାମିଲ ହୋଇ ପାରିବେ ନାହିଁ। ଚେନ୍ନାଇ ୧୦ଟି ମ୍ୟାଚରୁ ୭ଟିରେ ପରାଜିତ ହୋଇ ପଏଣ୍ଟରେ ନିମ୍ନରେ ରହିଛି। ପୂର୍ବରୁ ସୁରେଶ ରୈନା ଏବଂ ହରଭଜନସ ସିଂହ ବ୍ୟକ୍ତିଗତ କାରଣରୁ ଚଳିତ ଟୁର୍ଣ୍ଣାମେଣ୍ଟ ନଖେଳିବାକୁ ନିଷ୍ପତ୍ତି ନେଇଥିଲେ।