‘ବିବିସି ଇଣ୍ଡିଆନ ସ୍ପୋର୍ଟ୍ସମ୍ୟାନ୍ ଅଫ୍ ଦି ଇୟର’ ଆୱାର୍ଡ ପାଇଁ ଦୂତୀ ଚାନ୍ଦ ମନୋନୀତ

ନୂଆଦିଲ୍ଲୀ: ଓଡ଼ିଆ ଧାବିକା ଦୂତୀ ଚାନ୍ଦ ‘ବିବିସି ଇଣ୍ଡିଆନ ସ୍ପୋର୍ଟ୍ସମେନ ଅଫ୍ ଦି ଇୟର’ ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି। ଭାରତୀୟ ମହିଳା ଖେଳାଳି ରୂପେ ନିଜର ଅବଦାନ ପାଇଁ ଏହି ଆୱାର୍ଡ ପ୍ରଦାନ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଦୂତୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୂତୀଙ୍କ ବ୍ୟତୀତ ସୁଟର ମନୁ ଭାସ୍କର, ଚେସ୍ ଖେଳାଳି କନେରୁ ହୁମ୍ପି, କୁସ୍ତିଯୋଦ୍ଧା ଭିନେଶ ଫୋଗାଟ୍ ଓ ହକି ଟିମର ଅଧିନାୟିକା ରାନୀ ରାମପାଲ ମନୋନୀତ ହୋଇଛନ୍ତି। ଦେଶବାସୀଙ୍କ ଭୋଟ୍ ଆଧାରରେ ବିଜେତା ଚୟନ କରାଯିବ। ଆଉ ମାର୍ଚ୍ଚ ୮ରେ ଭର୍ଚ୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେତାଙ୍କ ନାମ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୨୦ରେ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଏହି ଆୱାର୍ଡ ହାତେଇଥିଲେ।