ଦୂତୀଙ୍କୁ ଶ୍ରେଷ୍ଠ କ୍ରୀଡ଼ାବିତ୍ ପୁରସ୍କାର, ଭଗ୍ସର ପ୍ରଚ୍ଛଦ ପୃଷ୍ଠାରେ ଦୂତୀ ପାଇଲେ ସ୍ଥାନ

ନୂଆଦିଲ୍ଲୀ: ଓଡ଼ିଶାର ଦୂତୀ ଚାନ୍ଦଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ଏଠାରେ ଶନିବାର ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସରେ ଭଗ୍ସ ପତ୍ରିକା ପକ୍ଷରୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି। ଏହା ସହ ତାଙ୍କ ମଧ୍ୟ ନଭେମ୍ବର ସଂସ୍କରଣରେ ଭଗ୍ସର ପ୍ରଚ୍ଛଦ ପୃଷ୍ଠାରେ ଦୂତୀ ସ୍ଥାନ ପାଇଛନ୍ତି। ଏଭଳି ସଫଳତା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଗୌରବ ବଢାଇଛି।

ନିକଟରେ ଅନୁଷ୍ଠିତ ନ୍ୟାସନାଲ ଓପନ ଆଥଲେଟିକ୍ ମିଟ୍ ରେ ଦୂତୀ ୧୦୦ ମିଟର ଦୂରତାକୁ ୧୧.୨୨ ସେକେଣ୍ଡରେ ଅତିକ୍ରମ କରି ନୂଆ ରେକର୍ଡ ପ୍ରତିଷ୍ଠା କରିଥିଲେ। ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ସଂଘର୍ଷ କରୁଥିବା ଏହି ଓଡ଼ିଆ ଆଥଲେଟ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିବା ତାଙ୍କ ଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି।

ସେହିପରି ସୋନି ଟିଭିରେ ପ୍ରସାରିିତ ହେଉଥିବା ଲୋକପ୍ରିୟ କାର୍ଯକ୍ରମ କୋନ୍ ବନେଗା କରୋଡପତି କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହ ମିଶିପାରିବେ ବୋଲି କହିଥିଲେ। ଏହା ପୂର୍ବରୁ ଅନ୍ୟତମ ଲୋକପ୍ରିୟ କାର୍ଯ୍ୟକ୍ରମ କପିଳ ଶର୍ମାଙ୍କ ଶୋ’ରେ ମଧ୍ୟ ସେ ଅଂଶଗ୍ରଣ କରିଥିଲେ। ଖେଳ ମାଧ୍ୟମରେ ଭାରତ ଓ ଓଡ଼ିଶାର ଗୌରବ ବଢାଇବା ମୋର ଲକ୍ଷ୍ୟ ବୋଲି ଦୂତୀ କହିଛନ୍ତି।