ସପ୍ତାହାନ୍ତ ସଟଡାଉନରେ ଟିକାକରଣ ବନ୍ଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ୧୦ଟି ଜିଲ୍ଲାରେ ଆସନ୍ତାକାଲିଠୁ ହେବାକୁ ଥିବା ସପ୍ତାହାନ୍ତ ସଟଡାଉନ ସମୟରେ ୨ ଦିନ ଟିକାକରଣ ବନ୍ଦ ରହିବ। ଜିଲ୍ଲାର ଅନ୍ୟ ସମସ୍ତ ଅଞ୍ଚଳରେ ନିରବଚ୍ଛିନ୍ନ ଭାବେ ଟିକାକରଣ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ ଜିଲ୍ଲାପାଳ ଓ କମିଶନରଙ୍କୁ ସ୍ୱାସ୍ଥ୍ୟ ଏସିଏସ୍ ଚିଠି ଲେଖିଛନ୍ତି।