ଗରମ ଦିନେ ନିଶ୍ଚୟ ଖାଆନ୍ତୁ ତରଭୁଜ 

ଗରମ ଆରମ୍ଭ ହେବା ମାତ୍ରକେ ତରଭୁଜର ଚାହିଦା ବଢ଼ିଯାଏ। ନିଜ ଶରୀରକୁ କିଛି ପୋଷଣ ଦେବା ପାଇଁ ତରଭୁଜ ବ୍ୟବହାର କରାଯାଇଥାଏ। ଗ୍ରଷ୍ମୀ ଋତୁରେ ଏହା ଏକ ଲାଭଦାୟକ ଫଳ ଯାହାକି ଯାଦୁ ଭଳି କାମ କରିଥାଏ। ତେବେ ଆସନ୍ତୁ ଜାଣିବା ଗରମ ଦିନରେ ତରଭୁଜ କିପରି ଲାଭଦାୟକ ହୋଇଥାଏ।

ପାଣିର ମାତ୍ରା ଅଧିକ

ଏଥିରେ ପାଣିର ମାତ୍ରା ୯୨ ପ୍ରତିଶତ ରହିଥିବାରୁ ଶରୀରକୁ ହାଇଡ୍ରେଟ କରିଥାଏ। କେବଳ ଜାଣି ରଖିବା ଉଚିତ ଯେ ଆପଣ ଦିନକୁ କେତେ ତରଭୁଜ ଖାଉଛନ୍ତି। ସେଥିପାଇଁ ପ୍ରତିଦିନ  ତରଭୁଜର ଏକ ଖଣ୍ଡ ଖାଇବା ଉଚିତ।

ଓଜନ କମାଏ :

ତରଭୁଜରେ ଥିବା ସିଟ୍ରେଲଲାଇନ ଫେଟର କୋଶିକାରେ ଫେଟ ନିର୍ମାଣ କମ୍ କରିବାରେ ସହାୟକ ହୋଇଥାଏ। ସେଥିପାଇଁ ଓଜନ କମାଇବାରେ ତରଭୁଜ ଫଳପ୍ରଦ ହେବ।

ଆଖି ପାଇଁ ଭଲ:

ତରଭୁଜ ଆଖିକୁ ସୁସ୍ଥ ରଖିବାରେ ବେଶ୍ ସହାୟକ ହୋଇଥାଏ। ଏହା ବୀଟାକେରାଟିନର ଏକ ଶାନଦାର ସ୍ରୋତ ଯାହାକି ଆମ ଶରୀରରେ ‘ଭିଟାମିନ ଏ’ ରୂପରେ ପରିବର୍ତ୍ତନ ହୋଇଯାଏ। ଭିଟାମିନ ଏ ଅନ୍ଧାରକଣା ଭଲ କରିଥାଏ।

ପୋଟାସିୟମ ଅଧିକ ରହିଥାଏ :

ତରଭୁଜରେ ପୋଟାସିୟମ ମହଜୁଦ ଥିବାରୁ ଏହା ପ୍ରାକୃତିକ ଇଲେକ୍ଟ୍ରୋଲାଇଟ ଯାହାକି ଶରୀରର ମସଲ୍ସର କାମକୁ ବଜାୟ ରଖିବାରେ ସହାୟକ ହୋଇଥାଏ।