ଲକଡାଉନ କଟକଣା : ଘରକୁ ପ୍ରବେଶ କରିବା ସମୟରେ କେଉଁ ଜିନିଷ ଉପରେ ଧ୍ୟାନ ଦେବେ ଆସନ୍ତୁ ଜାଣିବା…

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ଭାଇରସର ଭୟାବହତକୁ ଦୃଷ୍ଟିରେ ରଖି ଲକଡାଉନ କରାଯାଇଥିବା ବେଳେ କିଛି ଲୋକେ ବାଧ୍ୟହୋଇ ବାହରକୁ ବାହାରୁଛନ୍ତି। ଏଭଳି ସ୍ଥିତିରେ ଘରକୁ ପ୍ରବେଶ କରିବା ମାତ୍ରକେ କିଛି ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।

ତେବେ ଆସନ୍ତୁ ଜାଣିବା ଘରକୁ ପ୍ରବେଶ କରିବା ସମୟରେ କେଉଁ ଜିନିଷ ଉପରେ ଧ୍ୟାନ ଦେବେ…
*  ଘରକୁ ପ୍ରବେଶ କରିବା ସମୟରେ ପ୍ରଥମେ ଜୋତାକୁ ବାହାରେ ଓହ୍ଲାନ୍ତୁ। ବାହାରକୁ ପିନ୍ଧି ଯାଉଥିବା ଜୋତା ରଖିବା ପାଇଁ ଏକ ଭିନ୍ନ ସ୍ଥାନ ମଧ୍ୟ ବନାଇ ଦିଅନ୍ତୁ।
*  ଘରେ ପଶିବା ମାତ୍ରକେ କୌଣସି ଜିନିଷକୁ ଛୁଅନ୍ତୁ ନାହିଁ । ଏମିତିକି କଲିଂ ବେଲ୍କୁ ମଧ୍ୟ ପିନ୍ କିମ୍ବା ଟୁଥ୍ ପିକ୍ ମାଧ୍ୟମରେ ବଜାନ୍ତୁ।
*  କାର ଚାବି, ପର୍ସ ଓ ବ୍ୟାଗ୍ ଆଦି ଜିନିଷକୁ ଏକ ସୁରକ୍ଷିତ ସ୍ଥାନରେ ରଖନ୍ତୁ ଯେମିତି କେହି ଛୁଇଁବେ ନାହିଁ।
*  ଫୋନକୁ ସାନିଟାଇଜ କରି ସୁରକ୍ଷିତ ସ୍ଥାନରେ ରଖି ଦିଅନ୍ତୁ।
*  ବାହାରୁ ପିନ୍ଧି ଆସୁଥିବା ପୋଷାକକୁ ତୁରନ୍ତ ଧୋଇ ଦିଅନ୍ତୁ କିମ୍ବା ଏମିତି ସ୍ଥାନରେ ରଖନ୍ତୁ ଯେମିତି ପିଲାମାନେ ଛୁଇଁବେ ନାହିଁ।
*  ବାହାରୁ ଆଣିଥିବା କୌଣସି ଜିନିଷକୁ ଟିସୁ କିମ୍ବା କପଡ଼ା ସାହାଯ୍ୟରେ ସାନିଟାଇଜ କରିଦିଅନ୍ତୁ। ପନିପରିବା ଆଣିଥିଲେ ତାକୁ ଭଲଭାବେ ଧୋଇ ଦିଅନ୍ତୁ।
*  ଏସବୁ ପରେ ହାତ, ଗୋଡ଼ ଓ ମୁହଁକୁ ସାବୁନରେ ଭଲଭାବେ ଧୋଇ ନିଅନ୍ତୁ। ସମ୍ଭବ ହେଲେ ଗାଧେଇ ପଡ଼ିବା ହିଁ ସବୁଠୁ ଭଲ ବିକଳ୍ପ।