ନକଲି ଜର୍ଦ୍ଦା କାରଖାନା ଠାବ, ୧୦ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ ଏସଟିଏଫ ଟିମ ଚଢ଼ଉ କରି ନକଲି ଜର୍ଦ୍ଦା କାରଖାନା ଠାବ କରିଛି। ଏଥିସହ ପ୍ରସ୍ତୁତ ହେଉଥିବା ସାମଗ୍ରୀ ମଧ୍ୟ ଜବତ ହୋଇଛି। ଏନେଇ ଏସଟିଏଫ୍ ଦୁଇଟି ସ୍ଥାନରେ ଚଢ଼ଉ କରିଥିଲା। ସେଠାରୁ ୨ କ୍ୱିଣ୍ଟାଲ ନକଲି ଜର୍ଦ୍ଦା ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ।

ତେବେ ଏହି ମାମଲାରେ ଅଶୋକ କୁମାର ସାହୁ, ରାଜପୁର ଜଳେଶ୍ୱର, ବାଲେଶ୍ୱର ଚନ୍ଦନ କୁମାର ସାହୁ ଓ ଷ୍ଟେସନ ବଜାରର ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।