ନକଲି ସାମ୍ପୁ ଓ ଫେସ୍‌ ୱାସ ଜବତ

ବଲାଙ୍ଗିର,ଏନ୍ଏନ୍ଏସ୍: ପୁଲିସ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ(ଏଚୟୁଏଲ୍) କମ୍ପାନୀର ଏକ ଟିମ୍ ସହ ରବିବାର ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ସହରର ଏକ ଦୋକାନ ଉପରେ ଚଢ଼ଉ କରି ନକଲି ସାମ୍ପୁ ଓଫେସ୍‌ ୱାସ ଜବତ କରିଛି।

ସୂଚନା ଅନୁସାରେ ଗତକିଛି ଦିନ ହେବ ଏହି ଅଞ୍ଚଳରେ ନକଲି ସାମ୍ପୁ ଓ ଫେସ୍‌ ୱାସ୍ ବିକ୍ରି ହେଉଥିବାଅଭିଯେଗ ହେଉଥିଲା। ଏ ନେଇ ଏଚୟୁଏଲର ଏକ ଟିମ୍ ପ୍ରଥମେ ଉକ୍ତ ଦୋକାନରୁ କ୍ଲିନିକ୍‌ ପ୍ଲସ୍‌ ସାମ୍ପୁ ଓ ଲ୍ୟାକମି ଫେସ୍‌ ୱାସକିଣିଥିଲେ। ପରେ ତାକୁ ପରୀକ୍ଷା କରିବାରେ ତାହା ନକଲି ବୋଲି ଜାଣିବାକୁ ପାଇଥିଲେ। ତେବେ ରବିବାର ପୁଲିସ ସହଏଚୟୁଏଲର ଏକ ଟିମ ଚଢ଼ଉ କରି ସେମାନଙ୍କ ନିକଟରୁ ନକଲି ସାମ୍ପୁ ଓ ଫେସ୍‌ ୱାସ ଜବତ କରିଥିଲେ। ଏ ନେଇ ପୁଲିସ ଦୋକାନ ମାଲିକ ଓ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାଯାଇଛି।