ନକଲି ତେଲ କାରାଖାନା ଠାବ: ୧୦ କୋଟିରୁ ଅଧିକ ସାମଗ୍ରୀ ଜବତ

ଟାଙ୍ଗୀ,ଏନ୍ଏନ୍ଏସ୍: ଆଜି କଟକ ଜିଲ୍ଲା ଗ୍ରାମାଞ୍ଚଳ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଦ୍ୟୁମ୍ନ କୁମାର ଜେନା ନେତୃତ୍ୱରେ ଟାଙ୍ଗୀ ପୋଲିସର ଏକ ଟିମ ଓ ଚୌଦ୍ୱାର ଏସଡିପି ଓ ଶ୍ରୀଗଜାନନ୍ଧ ଇଣ୍ଡଷ୍ଟ୍ରି ତେଲ କାରଖାନରେ ଚଢଉ କରି ୧୦ କୋଟି ରୁ ଉଦ୍ଧ୍ୱର୍ ଟଙ୍କାର ଯନ୍ତ୍ରାଶ ଓ ତେଲ ଜବତ କରିବା ସହ କାରଖାନା ମଲିକକୁ ଅଟକ ରଖି ପଚରା ଉଚରା ଜାରି ରଖିଥିବା ବେଳେ କାରଖାନ କୁ ସିଲ କରିଥିବା ଜଣାପଡିଛି। ଏହି ନକଲି ଜିନିଷ ର ବ୍ୟବସାୟ ଫଳରେ ସାଧାରଣ ଲୋକମାନେ ଅସୁବିଧାରେ ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।

ତେବେ ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ମଙ୍ଗୁଳି ନିକଟରେ ଥିବା ଶ୍ରୀଗଜାନନ୍ଧ ଇଣ୍ଡଷ୍ଟ୍ରି ନାମକ ଏକ ଖାଇବା ତେଲ କାରଖାନାରେ ନକଲି ତେଲ ତିଆରି ହେଉଥିବା ଟାଙ୍ଗୀ ପୋଲିସ ବିଶେଷ ସୁୃତ୍ରରୁ ଖବର ପାଇ ଗତ ୨୩.୧୧.୨୦୧୯ ତାରିଖରେ କାରଖାନା, ଗୋଦାମ ଓ ପ୍ୟାକିଙ୍ଗ ହେଉଥିବା ସ୍ଥାନରେ ଚଢଉ କରି ବିଭିନ୍ନ ପ୍ରକାର ଅପମିଶ୍ରିତ ତେଲ ସ୍ୱସ୍ତିକା ପ୍ରେମିୟମ ତ୍ରୀସୁଲ ଓ ରୁବିଗ୍ଲୋଡ ଲେବୁଲରେ ପ୍ରସ୍ତୁତି ହେଉଥିବା ତେଲରେ ଅପମିଶ୍ରଣ ନକଲି ତେଲ କୁ ଜବତ କରିଥିବା ବେଳେ ତେଲର ନମୁନା ପରୀକ୍ଷା ପାଇଁ ଭୂବନେଶ୍ୱର ଫରେନେସିକ ଲ୍ୟାବକୁ ପଠାଇ ତଦନ୍ତ ଜାରିରଖିଥିଲା। ତେବେ ସମସ୍ତ ବ୍ରାଣ୍ଡର ଖାଦ୍ୟ ଅନୁମତି ନଥିବା ଜଣାପଡିବା ପରେ ଟାଙ୍ଗୀ ପୋଲିସ କାରଖାନା ର ପର୍ଦ୍ଦାଫାଶ କରିଥିଲା।