ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାସ୍ଥିତ ହାଟପଦା ଅଞ୍ଚଳରୁ ନକଲି ବିଦେଶୀ ମଦ ସହ ଜଣେ ଯୁବକକୁ ଅବକାରୀ ବିଭାଗ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ହାଟପଦାର କିଶୋର ସୁନା। ଅବକାରୀ ବିଭାଗ ଅଭିଯୁକ୍ତଠାରୁ ୬୦ ବୋତଲ ନକଲି ବିଦେଶୀ ମଦ ଜବତ କରିଥିବା ସୂଚନା ମିଳିଛି।
ସେହିପରି ବରଗଡ଼ ଏବଂ ସୋହେଲା ଅବକାରୀ ବିଭାଗ ତରଫରୁ ମିଳିତ ଭାବରେ ବରପାଲି ଥାନାର ରକ୍ସା, ବିଜେପୁର ଥାନା ସାଧୁପାଲି, କଟାପାଲି ଆଦି ଅଞ୍ଚଳରେ ଚଢ଼ାଉ କରାଯାଇ ୧୨୫୦ କିଗ୍ରା ମହୁଲ ପୋଚ, ୪୦ ଲିଟର ଚୋରା ହାତରନ୍ଧା ମହୁଲି ମଦ ନଷ୍ଟ କରାଯାଇଛି। ଅବକାରୀ ଅଧୀକ୍ଷକ ମକରଧ୍ୱଜ ବର୍ଗେଙ୍କ ନିର୍ଦ୍ଦେଶକ୍ରମେ ବରଗଡ଼ ଅବକାରୀ ଥାନା ଚନ୍ଦନ କୁମାର ମଣ୍ଡଳଙ୍କ ନେତୃତ୍ୱରେ ପ୍ରଫୁଲ୍ଳ ମହନ୍ତ, କେଶବ ବେହେରା, ବିନୋଦ ତିର୍କୀ, ଦେବେନ୍ଦ୍ର ବରିହା, ସାଗରିକା ବଗାର, ବୃନ୍ଦାବତୀ ଭୁଆ, ଆନନ୍ଦ ଭୋଇ, ସରସ୍ୱତୀ ବନଛୋର, ଦିଲ୍ଲୀପ ଦାଶ ସମେତ ବିଭାଗୀୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ ।