ଟାଙ୍ଗୀରେ ନକଲି ସିମେଣ୍ଟ କାରଖାନା ଠାବ

ଟାଙ୍ଗୀ,ଏନ୍ଏନ୍ଏସ୍: କଟକ ଟାଙ୍ଗୀରେ ରବିବାର ଏକ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। ସୂଚନା ଅନୁସାରେ ଦୀର୍ଘ ଦିନ ଧରି ଟାଙ୍ଗୀର ମଙ୍ଗୁଳି ଛକ ନିକଟରେ ଏକ ନକଲି ସିମେଣ୍ଟ କାରଖାନା ଚାଲିଆସୁଥିଲା। ତେବେ ପୁଲିସ ଏହାର ସନ୍ଧାନ ପାଇ ସେଠରେ ଚଢ଼ଉ କରି ତାକୁ ଜବତ କରିଛି।

ଏହି ସମୟରେ ସେଠାରୁ ବିପୁଳ ମାତ୍ରାରେ ନକଲି ସିମେଣ୍ଟ ବସ୍ତା ଓ ସିମେଣ୍ଟ ଜବତ ହୋଇଛି। ଅପମିଶ୍ରଣ କରି ଅସଲି ବ୍ରାଣ୍ଡ ଥିବା ବସ୍ତାରେ ନକଲି ସିମେଣ୍ଟ ଭର୍ତ୍ତି କରି ବିକ୍ରି କରାଯାଉଥିବା ପୁଲିସ ସୂଚନା ଦେଇଛି।