ନୂଆଦିଲ୍ଲୀ: ପ୍ରାକ୍ତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ହସ୍ପିଟାଲ ତରଫରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ, ଫୁସଫୁସରେ ସଂକ୍ରମଣ ହେବାପରେ ପ୍ରଣବଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନ୍ନତି ଦେଖାଦେଇଛି। ସେ ଏବେ ଭେଣ୍ଟିଲେଟରରେ ଥିବାବେଳେ ଡାକ୍ତରଙ୍କ ବିଶେଷ ଟିମ୍ ତାଙ୍କ ଉପରେ ନଜର ରଖିଥିବା ନେଇ ଆର୍ମି ରିସର୍ଚ୍ଚ ଓ ରେଫେରାଲ ହସ୍ପିଟାଲ ସୂଚନା ଦେଇଛି।
ଅନ୍ୟପଟେ ପ୍ରଣବ ମୁଖାର୍ଜୀଙ୍କ ପୁଅ ତଥା ପୂର୍ବତନ ସାଂସଦ ଅଭିଜିତ ମୁଖାର୍ଜୀ କହିଛନ୍ତି ଯେ, ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି।
ସୂଚନାଯୋଗ୍ୟ, ୮୪ ବର୍ଷୀୟ ପ୍ରଣବଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଯାଇଥିଲା। ଆଉ ଏହାକୁ କାଢ଼ିବା ପାଇଁ ଏକ ଜଟିଳ ଅସ୍ତ୍ରୋପ୍ରଚାର କରାଇବା ଲାଗି ଅଗଷ୍ଟ ୧୦ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପ୍ରଚାର ପୂର୍ବରୁ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା ଯାହାର ରିପୋର୍ଟ ପଜିଟିଭ ଆସିଥିଲା।