କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା କୋଟପାଡ଼ ଏନ୍ଏସି ୱାର୍ଡ ନମ୍ବର ୧୩ ଅନ୍ତଗର୍ତ ବଣ୍ଡାଗୁଡା ମାଝି ସାହିର ଏକ କୁଅରୁ ଜେଣ ମହିଳା ଓ ଦୁଇଜଣ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ମାଝିସାହିର କେଶବ ଭତ୍ରାଙ୍କ ସ୍ତ୍ରୀ ଲକ୍ଷ୍ମୀ ଭତ୍ରା(୨୨) ଓ ତାଙ୍କର ୪ବର୍ଷର ଝିଅ ଗୋପଶ୍ରୀ ଏବଂ ଦେଢବର୍ଷର ପୁଅ କ୍ରିଷ୍ଣା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, କେଶବ କୌଣସି କାମଧନ୍ଦା ନକରି ପ୍ରତିଦିନ ମଦ୍ୟପାନ କରି ଘରେ ଗଣ୍ଡଗୋଳ କରନ୍ତି। ପାରିବାରିକ ଅଶାନ୍ତି ଯୋଗୁଁ ମାନସିକ ଭାରସାମ୍ୟ ହରାଇ କେଶବଙ୍କ ପତ୍ନୀ ଲକ୍ଷ୍ମୀ ଦୁଇ ଛୁଆଙ୍କ ସହ କୁଅକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ପୁଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ଏହାସହ ଏକ ମାମଲା ରୁଜୁ କରି କେଶବକୁ ଅଟକ ରଖି ପଚରାଉଚୁରା କରୁଛି।