ଲଗାଣ ବର୍ଷାରେ ବିଚ୍ଛିନ୍ନ ହେଲା ୧୦ ଗାଁ

ଦେଓଗାଁ,ଏନ୍ଏନ୍ଏସ୍: ଗତ ଦୁଇଦିନ ଧରି ଗୁଡ଼ଭେଲା ବ୍ଲକରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜାମୁଟ-ଧନପୁର ଗମ୍ଭାରୀଗୁଡ଼ା ରାସ୍ତାର କୋତକୋ ମୁହାଣ ପୋଲ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ଜାମୁଟି ପଞ୍ଚାୟତର ତିଲକାମାଲ ଓ ଗମ୍ଭାରୀଗୁଡ଼ା ପଞ୍ଚାୟତର କନେରସିଂହା, ଲାଏଟତରା, ବେଲଗାଁ, ଗମ୍ଭାରୀଗୁଡ଼ା, ଧନପୁର, ଗଭାରସା, ସିକେଲପଦର, ଠେଲକୋଭେଲ ଓ ରାକ୍ରିଭଟ ଆଦି ୧୦ଟି ଗ୍ରାମ ଜଳବନ୍ଦୀ ହେବାସହ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଏହି ଜାମୁଟ ଧନପୁର ରାସ୍ତା କଳାହାଣ୍ଡି-ବେଦ-କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ତେଲନଦୀ, ସୋନଗଡ଼ନଦୀ, ଖଡ଼ଙ୍ଗ ନଦୀ ଓ ରାହୁଲ ନଦୀରେ ବନ୍ୟାପାଣି ଆସି ବାହାଲ ଜମିକୁ ପ୍ରବେଶ କରିଛି। ଚାଷ ଜମିରେ ନଦୀ ପାଣି ପ୍ରବେଶ କରିଥିବାରୁ ଚାଷୀକୂଳ ଚିନ୍ତାରେ ରହିଛନ୍ତି। ସେହିପରି ତେଲ ନଦୀରେ ବନ୍ୟା ପାଣି ଦ୍ରୁତ ଗତିରେ ବଢ଼ୁଥିବାରୁ ଦେଓଗାଁ ବ୍ଲକର ଅର୍ଜୁପୁର, କୁଳୁତା ପଡ଼ା, ଗୌଡ଼ଗୋଠ, ବଡ଼ ବାହାଲ ପଞ୍ଚାୟତର ଲୋକମାନେ ଆତଙ୍କିତ ହୋଇଛନ୍ତି।