ବ୍ଲାକ ମେଲିଂ ଅଭିଯୋଗରେ ଡିଏସପି ଅଟକ

ମାଲକାନଗିରି, ଏନ୍ଏନ୍ଏସ୍: ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଂ ଅଭିଯୋଗରେ ମାଲକାନାଗିରି ସଦର ଡ଼ିଏସପି ଅକ୍ଷୟ ନାୟକଙ୍କୁ କଳାହାଣ୍ଡି ପୁଲିସ ଅଟକ ରଖିଛି । ଜଣେ ବିବାହିତ ମହିଳା କନେଷ୍ଟବଳଙ୍କ ସହ ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଂ ଅଭିଯୋଗରେ ତାଙ୍କୁ ଅଟକ ରଖାଯାଇଛି।  ସେ ପୂର୍ବରୁ କେସିଙ୍ଗା ଥାନାରେ ଏସଡ଼ିପିଓ ଭାବେ କାମ କରିଛନ୍ତି । ଏନେଇ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନାରେ ମାମଲା ରୁଜୁ ହୋଇଛି ।