ବଲାଙ୍ଗିର ସାଂସଦଙ୍କ ଦ୍ଵାରା ଘରୋଇ ଗାଡି ଚାଳକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ପାଟଣାଗଡ଼,ଏନ୍ଏନ୍ଏସ୍: ସାରା ଦେଶରେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସରକାର ରାଜ୍ୟରେ ଲକଡାଉନ ଘୋଷଣା କରିଥିବାରୁ ଏହି ଲକଡାଉନ ଫଳରେ ସବୁ କାମ ବନ୍ଦ ରହିବା ପରେ ଘରୋଇ ଗାଡିଚାଳକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ବାରମ୍ବାର ଲକଡାଉନ ବୃଦ୍ଧି କରୁଥିବାରୁ ଚ।ଳକମାନେ କୌଣସି ସ୍ଥାନକୁ ଯାଇପାରୁନାହାନ୍ତି ତେଣୁ ସେମାନଙ୍କର ପରିବାରବର୍ଗ ଦୟନିୟରେ ଅବସ୍ଥାରେ ଥିବା ଖବରପାଇ ବଲାଙ୍ଗିର ସାଂସଦ ଆଜି ପାଟଣାଗଡ଼ ତାଙ୍କ ବାସଭବନରେ ଘରୋଇ ଚାଳକ ମାନଙ୍କୁ ଡାକି ପ୍ରାୟ ୨୨୦ ଜଣଙ୍କୁ ଚାଉଳ ଡାଲି ଆଳୁ ସାବୁନ ଇତ୍ୟାଦି ସାମଗ୍ରୀ ବଣ୍ଟନ କରିଥିଲେ।

ଏହି ବଣ୍ଟନ ସମୟରେ ପୂର୍ବ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଟାଉନ ବିଜେପି ସଭାପତି ସୁଶାନ୍ତ ମହାନ୍ତି ପ୍ରଦୀପ ବଂସଲ ମାଣିକ ସାହୁ ରମାହୋତା ଆଲୋକ ପାଣିଗ୍ରାହୀ ଘରୋଇ ଚାଳକ କାର୍ୟ୍ୟକାରୀ ସଭାପତି ଗୌତମ ପରାଭୁଏଙ୍କ ସମେତ ବହୁ ବିଜେପି କର୍ମୀମାନେ ଯୋଗଦେଇଥିଲେ।